top of page


Bindu
Compiler:
Saiprabha Sutar
ସାଇପ୍ରଭା ସୂତାର ସମକାଳୀନ ଓଡ଼ିଆ ସାହିତ୍ୟର ନୂଆପିଢିର ଜଣେ ସମର୍ଥ ଲେଖିକା। ସେ ଖୁବ୍ କମ୍ ବୟସରୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିଦେଇଛନ୍ତି ସାହିତ୍ୟ ସେବାରେ। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତଳାଙ୍ଗ ଗ୍ରାମରେ ଜନ୍ମିତା ସାଇପ୍ରଭା ଭଦ୍ରକ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ପାଠପଢ଼ା ଶେଷ କରି ଭଦ୍ରକ ଜୁନିଅର ମହାବିଦ୍ୟାଳୟରେ ଦ୍ଵାଦଶ ଏବଂ ସୋର ସ୍ଥିତ ସୁନାମଧନ୍ୟ ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ବର୍ତ୍ତମାନ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଗଳ୍ପ ଓ କବିତା ଲେଖିବାରେ ପାରଙ୍ଗମ ଲେଖିକା ସାଇପ୍ରଭା ନିଜର ଦକ୍ଷ ଲେଖନୀ ମାଧ୍ୟମରେ କେତେବେଳେ ନିର୍ଜୀବ ମଧ୍ୟରେ ପ୍ରାଣସଞ୍ଚାର କରିପାରନ୍ତିି ତ' କେତେବେଳେ ଜୀବନ୍ତକୁ ସଜେଇଦିଅନ୍ତି ଜଡ, କେତେବେଳେ ମୃତ୍ୟୁ ଗୃହରେ ଜୀବନର ଉଦ୍ଭାବନ କରନ୍ତି ତ' କେତେବେଳେ ସ୍ବାଗତ କରନ୍ତି ମୃତ୍ୟୁକୁ। ପ୍ରକୃତି ପ୍ରେମରେ ଆକ୍ରାନ୍ତ ଲେଖିକା ସାଇପ୍ରଭା ସୂତାର କବିତା ଓ ଗଳ୍ପର ସହାୟତାରେ କରନ୍ତି ଅନ୍ୟାୟ ବିରୁଦ୍ଧରେ ସ୍ବରଉତ୍ତୋଳନ, ଆଉ ମନରେ ଭରିଦିଅନ୍ତି ବିଦ୍ରୋହର ବହ୍ନି। "ବିନ୍ଦୁ" , କବିତା ଏବଂ ଗଳ୍ପର ଏକ ଅପୂର୍ବ ମିଳନ । ଯେଉଁଠି ସୁପ୍ତଭାବରେ ରହିଅଛି ପ୍ରେମ, ବନ୍ଧୁତା ଓ ବିଦ୍ରୋହର ପ୍ରତିଫଳନ। ଉକ୍ତ କବିତା ଓ ଗଳ୍ପ ସଂକଳନ ପାଠକ ପାଠିକାମାନଙ୍କ ହୃଦୟକୁ ନିଶ୍ଚୟ ସ୍ପର୍ଶ କରିବ ଆଉ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ପ୍ରେରଣା ଯୋଗାଇବ।
Genre:
Short stories
English
Language:
Compiler/s
More Titles
bottom of page